×
Login

ଅଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଳି ବିଜୁ ଜନତା ଦଳ ର ପ୍ରସ୍ତୁତି l.

245 Views 0 Comments | - By Black Cat News - 25 July, 2021

mediafile1627205707.jpeg

ରାଜ୍ୟ ନିର୍ବାଚନ ଆୟୋଗ ଖୁବ ଶିଘ୍ର ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ଘୋଷଣା କରିବା ପରେ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଲାଣି l କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ  ପଞ୍ଚାୟତ ନିର୍ବାଚନ ନିମନ୍ତେ ସଜବାଜ ହେଉଥିବା ଦେଖିବାକୁ ମିଳିଲାଣି l

ଆଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ଦଳ ପକ୍ଷରୁ ମିଶ୍ରଣ ପର୍ବ ହେଉଥିବା ମଧ୍ୟ ଦେଖିବାକୁ ମିଳିଲାଣି. ଏଥିରେ ଆଳି ବିଜେଡି ମିଶ୍ରଣ ପର୍ବରେ ଆଗରେ ରହିଛି. ଘନ ଘନ ଗୋଟେ ପରେ ଗୋଟେ ପଞ୍ଚାୟତରେ ଅସନ୍ତୁଷ୍ଟ ଥିବା ବିଜେପି ଓ କଂଗ୍ରେସ ଲୋକେ ଦଳ ଛାଡି ବିଜେଡି ଆଡ଼କୁ ଢଳୁଥିବା ଦେଖାଯାଇଛି.ଏହି ଅବସରରେ ବୁଧବାର ପୂର୍ବାହ୍ନରେ ଅରଗଳ ପଞ୍ଚାୟତର ସରପଞ୍ଚ ଆନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି 30 ରୁ ଉର୍ଦ୍ଧ ପରିବାର ବିଜେଡିରେ ଯୋଗ ଦେଇଛନ୍ତି l

ଆଳିର ବିଧାୟକ ଦଳରେ ଯୋଗଦେଇ ଥିବା ନୂତନ କର୍ମକର୍ତା ମାନଙ୍କୁ ଦଳୀୟ ଗାମୁଛା ଦେଇ ସ୍ୱାଗତ କରିଛନ୍ତି l ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦ ସଭ୍ୟ ଧନରଞ୍ଜନ ବୋଷ, ଅରଗଳ ପଞ୍ଚାୟତର ବିଜେଡି ସଙ୍ଗଠକ ବାଦଲ ଧଳ, ସଞ୍ଜୟ ଜେନା, ଯିମତ କୁମାର ଜେନା, ଶଶୀଭୂଷଣ ଥାଟୋଇ, ବିଜୁ ଯୁବ ଜନତା ଦଳ ସଭାପତି କେଦାର ନାଥ ବେହେରା ଓ ଜୁଆଣିଆ ସରପଞ୍ଚ ପ୍ରତିନିଧି ସୁବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଗତ କିଛିଦିନ ପୂର୍ବେ ଜୁଆଣିଆ ପଞ୍ଚାୟତର 40 ରୁ ଉର୍ଦ୍ଧ ପରିବାର ବିଭିନ୍ନ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ

BIBHUPRASAD MOHANTY's Report
BlackCatNews, Kendrapara


Also Read

×