ବ୍ରହ୍ମପୁର ସ୍ଥାନୀୟ ଗେଟ ବଜ଼ାର ଗୋଲ୍ଲାପଲ୍ଲୀ ସାହି ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ l .
250 Views 0 Comments | - By Black Cat News - 29 August, 2022

ବ୍ରହ୍ମପୁର 28 ଅଗଷ୍ଟ ସ୍ଥାନୀୟ ଗେଟ ବଜ଼ାର ଗୋଲ୍ଲାପଲ୍ଲୀ ସାହି ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ପାର୍ଟି କାର୍ଯ୍ୟକର୍ତ୍ତାଙ୍କର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ପାର୍ଟିର ନୂତନ ଭାବେ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ନେଇଥିବା ଇଂ. ରୁଚିର ରୁଦ୍ର ରଥ ଯୋଗଦେଇ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା କିପରି ସଂଗଠନକୁ ମଜବୁତ କରି 2024 ନିର୍ବାଚନରେ ଲଢେଇ କରି ବିଜୟଲାଭ କରିବ ତାହାର ମତ ରଖିଥିଲେ l ଆଗାମୀ ସେପ୍ଟେମ୍ବର 18 ତାରିଖରେ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ଟାଉନ ହଲରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଜିଲ୍ଲା ଆବାହକ ସୁବାଷ ରାଉତ ସଂଗଠନକୁ ପଂଚାୟତ ସ୍ତରରେ ପହଂଚାଇବା ପାଇଁ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ l
ଗଞ୍ଜାମ ଜିଲ୍ଲା ସମ୍ପାଦକତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଆଦିତ୍ୟ ନାରାୟଣ ରଥ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ମୋଡେଲକୁ ଓଡିଶା ଲୋକେ ମଧ୍ୟ ଚାଁହୁଚନ୍ତି l ତେଣୁ ଏକାଠି ହୋଇ ପାର୍ଟିକୁ ଓଡ଼ିଶାରେ ସରକାରକୁ ଆଣିବାକୁ ଦିନରାତି ପରିଶ୍ରମ କରିବା ପାଇଁ ଅଣ୍ଟା ଭିଡ଼ିବାକୁ ସାଥୀ ମାନଙ୍କୁ କହିଥିଲେ l ସଭା ମଞ୍ଚରେ ଉପ ସଭାପତି ସୁଧୀର ପ୍ରଧାନ, ନଗର ସଭାପତି ସି. ହରପ୍ରସାଦ ସମତେ ପଚାଶରୁ ଉର୍ଦ୍ଧ ବିଭିନ୍ନ ବ୍ଲକରୁ ସାଥୀ ଯୋଗଦେଇଥିଲେ l ବୈଠକରେ ଏକ ଚାଳିଶି ଜଣିଆ କମିଟି ଗଠନ କରାଯାଇଥିଲା l
Deepak Kumar Hansa's Report
BlackCatNews, Ganjam