ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।.
383 Views 0 Comments | - By Black Cat News - 20 June, 2022

ନୟାଗଡ୍-: ବହୂତ ଦିନର ଆସା ଆଉ ସଂଘର୍ସ ସେସ ହେବାକୁ ଯାଉଚି ସେସରେ ୧୭ ଖଣ୍ଡ ମୌଜା ର ସଂଘର୍ସ ସେସ ହୋଇଚି । ରାସ୍ତା ନିର୍ମାଣକୁ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବହୁ ଚର୍ଚ୍ଚିତ ଗୁଡୁପାଙ୍ଗି ଓ ୧୭ ଖଣ୍ତ ମୌଜା ମଧ୍ୟରେ ବିବାଦ ଲାଗିରହିଛି । ତେବେ ବର୍ତମାନ ଏହି ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହୋଇଥିବାରୁ ଖୁବଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବୋଲି ସୂଚନା ମିଳିଛି । ପ୍ରଶାସନ ଏବେ ଗୁଡୁପାଙ୍ଗି ଓ ୧୭ ଖଣ୍ତ ମୌଜା ବିବାଦର ମଧ୍ୟ ଅନ୍ତ ଘଟାଇବାକୁ ଯାଉଥିବା ଜଣାପଡୁଛି ।
ସୂଚନାଯୋଗ୍ୟ ଯେ, ବଳଭଦ୍ରପୁର-ଢିପାମାଳ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରାୟ ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହେଲେ ପ୍ରାୟ ୪ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ବିବାଦକୁ ନେଇ ବାକି ୪୦ ପ୍ରତିଶତ କାର୍ଯ୍ୟ ହୋଇପାରୁନାହିଁ । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାରେ ଢେଙ୍କେଣା ପଞ୍ଚାୟତର ବଳଭଦ୍ରପୁର ଠାରୁ ସଦାବନ୍ଧ ଛକ ପର୍ଯ୍ୟନ୍ତ ୨୦ ଲକ୍ଷ ଟଙ୍କା ଏବଂ ମାଳିସାହି ପଞ୍ଚାୟତର ଢିପାମାଳ ଆରଡି ରାସ୍ତାଠାରୁ ଧନୁଖଳା ପର୍ଯ୍ୟନ୍ତ ୨୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ହେଲେ ମନରେଗା ଯୋଜନାରେ ଅନୁଦାନ ଦିଆଯାଇଥିବା ରାସ୍ତାଟି ଗୁଡୁପାଙ୍ଗି ମୌଜା ଦେଇ ଯାଉ ନଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପର୍କରେ କୌଣସି ଆଲୋଚନା ନକରାଯିବାକୁ ନେଇ ଗୁଡୁପାଙ୍ଗିବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
ତେବେ ବଳଭଦ୍ରପୁର-ଗୁଡୁପାଙ୍ଗି ଆରଡି ରାସ୍ତା ଠାରୁ ମାତ୍ର ୧୦୦ ମିଟର ଦୂରରେ କହିଁକି ଆଉ ଗୋଟିଏ ରାସ୍ତା ନିର୍ମାଣ କରାଯାଉଛି ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି । ସେପଟେ ମନରେଗା ଯୋଜନାରେ ନିର୍ମାଣ ହେବାକୁ ଥିବା ରାସ୍ତା କାର୍ଯ୍ୟ ବିଷୟରେ ୧୭ ଖଣ୍ତ ମୌଜା ସହ ଆଲୋଚନା କରିବାକୁ ଗୁଡୁପାଙ୍ଗି ରାଜି ନାହାନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଶାସନ ବିବାଦର ସମାଧାନ ପାଇଁ ଉଦ୍ୟମ କରି ବାରମ୍ବାର ବିଫଳ ହୋଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତି ନିଆଯାଇଛି । ଏନେଇ ନୂଆଗାଁ ତହସିଲଦାର ପ୍ରଳୟାନନ୍ଦ ଶତପଥି କହିଛନ୍ତି ଯେ, ଜୁନ ୧୬ରୁ ଗୁଡୁପାଙ୍ଗି ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାବେଳେ ବର୍ତ୍ତମାନ ପାଗ ଖରାପ କାରଣରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ତେବେ ଖୁବଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ନୟାଗଡ ରୁ ଦିପକ କୁମାର ସାହୁ ଙ୍କ ରିପୋଟ ବ୍ଳାକକ୍ୟଟ ନୀଊଜ ଓଡୀସା ।
DIPAK KUMAR SAHOO's Report
BlackCatNews, Nayagarh