×
Login

କାଦୋବାହାଳ ଗାଁ ସହ ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ, ଘରଦ୍ବାର ଭାଙ୍ଗି, ଫଳଫସଳ ନଷ୍ଟ।.

108 Views 0 Comments | - By Black Cat News - 26 August, 2022

mediafile1661456220.jpeg

ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଗଉଡପାନପାଳି ପଞ୍ଚାୟତ ବାଗଡିହି ବନବିଭାଗ ଅଧିନସ୍ଥ ଅଞ୍ଚଳରେ ୨୪ ଅଗଷ୍ଟ ୨୦୨୨ ବୁଧବାର ଦିନ ଭୋର ସକାଳରୁ ୫ ଟି ଦନ୍ତାହାତୀ କାଦୋବାହାଳ ଗାଁରେ ପଶି ଉପଦ୍ରବ ମଚାଇ ଘରଦ୍ବାର ଭାଙ୍ଗି ନଷ୍ଟ କରି ପକେଇଛନ୍ତି । ଗ୍ରାମର ଅନୀରୁଦ୍ଧ ରୋହିଦାସ , ଅନୀଲ କିଶାନ , ବୈଦେହୀ କୀଶାନ ଙ୍କ କାନ୍ଥ ବାଡ , ଘର ଦ୍ବାର ଭାଙ୍ଗିବା ସହିତ ଅଞ୍ଚଳର ଗଛଖୁଣ୍ଟ ଉଫାଡି ପକେଇଛନ୍ତି ,ବର୍ତ୍ତମାନ ସମୟରେ ଲୋକେ ବହୁ କଷ୍ଟରେ କଠୋର ପରିଶ୍ରମ କରି ଚାଷବାସ ଟିକିଏ କରିଥିବା ବେଳେ  ଆଖପାଖ ଅଞ୍ଚଳର ଅନେକ କ୍ଷେତର କଅଁଳ ରୂପରେ ଧାନଗଛଗୁଡିକ ଠିଆ ହେଉଥିବା ସମୟରେ ହାତୀପଳ ମାଡିମକଚି ଅନେକ କ୍ଷୟକ୍ଷତି କରି ପକାଇଛନ୍ତି , ଏଥି ଯୋଗୁଁ ବହୁ ଦିନରୁ ବାଗଡିହି  ରେଞ୍ଜର ବ୍ରଜମୋହନ ପଟ୍ଟନାୟକ ଓ ଫରେଷ୍ଟର ବୁଧୁରାମ ରୋହିଦାସ ସହ କୋଲାବିରା ବନବିଭାଗଙ୍କ ମିଳିତ ଉଦ୍ୟମରେ ଲୋକଙ୍କ ସୁରକ୍ଷା ଓ ହାତୀ ଘଉଡାଇବା ଦଳ ଗଠନ କରି ଅଞ୍ଚଳରେ ଜନସାଧାରଣଙ୍କୁ ସୂଚନା ଦେଉଛନ୍ତି, ଯାହାଫଳରେ ସନ୍ଧ୍ୟା ନ ହେଉଣୁ ଲୋକେ ତାଟିକବାଟ ଦେଇ ନିଜ ଘରେ ନିଜେ ସୁରକ୍ଷାରେ ରହିପାରୁଛନ୍ତି ।


ବନ କର୍ମଚାରୀ ରାତିସାରା ଜଗୁଆଳୀ କରୁଛନ୍ତି , ତଥାପି ହାତୀପଳ ଦିନରେ ବନ ଭିତରେ ଓ ରାତିରେ ଗାଁ ମୁହାଁ ହେଉଛନ୍ତି । ସୁନ୍ଦରଗଡ ତଥା ଝାରସୁଗୁଡା ଜିଲ୍ଲାକୁ ନେଇ  ଏହି ବିରାଟ ଘନଜଙ୍ଗଳରେ ହାତୀଙ୍କ ଚଳାଚଳ , ଗମନାଗମନ ସହ ବହୁ ଦିନରୁ ରହଣୀ ସୁବିଧା ରହିଛି , ଯାହାଫଳରେ ଏ ଅଞ୍ଚଳରେ ଲୋକଙ୍କୁ ରାତିରେ ଯାତାୟାତ ବନ୍ଦ କରିବା ସହ ଦିନ ସମୟରେ ସତର୍କ ସହ ଗମନାଗମନ ପାଇଁ ବାରମ୍ବାର  ବନବିଭାଗ ଦୀର୍ଘ ଦିନରୁ ସୂଚିତ କରିଆସୁଛନ୍ତି ।


ତଥାପି ଅଳ୍ପ କିଛି ଦିନ ଘଟଣା , ସନ୍ଧ୍ୟାରେ ବୃଦ୍ଧାଟି ବାଡିପଟେ ଶୌଚ ଯାଉଥିବାବେଳେ ହାତୀସମ୍ମୁଖରେ ଆସିବାରୁ ହାତୀ ଦଳି ମାରିଦେଇଥିଲା । ଏଣୁ ଅଞ୍ଚଳରେ ସତର୍କରେ ଯାତାୟାତ ପାଇଁ ବନବିଭାଗ ଜନସାଧାରଣଙ୍କୁ ସୂଚନା ଦେଇଆସୁଛନ୍ତି ।

DILESWAR BAG's Report
BlackCatNews, Jharsuguda


Also Read

×