ଆମ୍ବୁଲାନ୍ସ ରଖି, ଗଛରେ ରଶି ଲଗାଇ ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ଆତ୍ମହତ୍ୟା।.
47 Views 0 Comments | - By Black Cat News - 19 June, 2022

ନରସିଂହପୁର-ଆପ୍ର-19/6 କାନପୁର-କାଞ୍ଜିଆପଦା ମୁଖ୍ୟ ରାସ୍ତାର କାଞ୍ଜିଆପଦା ନିକଟରେ ଆମ୍ବୁଲାନ୍ସ ରଖି ଆମ୍ବୁଲାନ୍ସ ଡ୍ରାଇଭର ଏକ ତେନ୍ତୁଳି ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ରଣେନ୍ଦ୍ର ସେନାପତି (କାବୁଲି) 20 ବର୍ଷ ତାଙ୍କ ଘର ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ରୁ ପ୍ରକାଶ ଯେ ତିଗିରିଆ ବିଷ୍ଣୁପୁର ଗ୍ରାମର ଇନ୍ଦ୍ରମଣି ସେନାପତିଙ୍କ ପୁଅ ରଣେନ୍ଦ୍ର କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନନୀ ଗାଡ଼ି ଚଲଉଥିଲେ।କାଞ୍ଜିଆପଦା- କାନପୁର ମୁଖ୍ୟ ରାସ୍ତାରେ ଗାଡ଼ି ରଖି ରାସ୍ତା ଠାରୁ କିଛି ଦୂରରେ ଥିବା ଏକ ତେନ୍ତୁଳି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ରବିବାର ସକାଳେ ସ୍ଥାନୀୟ ଲୋକମାନେ ଦେଖି କାନପୁର ପୋଲିସ କୁ ଖବର ଦେଇଥିଲେ।ଏନେଇ ମୃତ ରଣେନ୍ଦ୍ର ଙ୍କ ମା ଉଷା ସେନାପତି କାନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।କାନପୁର ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ 6/22 ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
Litun Baral's Report
BlackCatNews, Cuttack