ଅତି ଦୃତରେ ସ୍କୁଟି ଚଳାଇବା ହେଲା କାଳ, ଭୟଙ୍କର ସଡ଼କ ଦୁର୍ଘଟଣା, ଜଣେ ମୃତ ।।.
55 Views 0 Comments | - By Black Cat News - 28 October, 2023

ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ଚଣ୍ଡୀପୁର ଛକ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଚଣ୍ଡୀପୁର ଛକ ରେ ଟ୍ରକ୍ କୁ OVER TEK କରିବ ପାଇଁ ସ୍କୁଟି ବହୁତ SPEED ରେ ଯାଉଥିଲା, ପୂର୍ବ ପଟରୁ ଏକ ବାଇକ୍ ଆସୁଥିବା ବେଳେ ସ୍କୁଟି ଚାଳକ ଚଲଉଥିବା ସ୍କୁଟି କୁ CONTOL କରି ପାରିନଥିଲେ, ବହୁତ ଜୋରରେ ବ୍ରେକ୍ ମାରିଥିଲେ, ବ୍ରେକ ମାରିବା ସମୟ ରେ ପଛରେ ବସିଥିବା ଲୋକ ଅତି ଜୋରରେ ରେ ରାସ୍ତା ଉପରକୁ ଖସି ପଡିଥିଲେ ଓ ସେହି ଠାରେ ହିଁ ମୃତ୍ୟୁ ବରଣ କରିଥିଲେ ।
ଘଟଣା ସ୍ଥଳରେ ମୃତ୍ୟୁ ବ୍ୟକ୍ତି କୁ ଦେଖିବା ପାଇଁ ପ୍ରବଳ ଭିଡ଼ ସାଙ୍ଗକୁ ୧ ଘଣ୍ଟା ମଧ୍ୟ ରାସ୍ତା ବନ୍ଦ ହୋଇଯାଇଥିଲା, ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ନୀଳଗିରି ଥାନା ର A S I ଜିତେନ୍ କୁମାର ନାୟକ କିଛି ପୋଲିସ ଅଫିସର ଙ୍କୁ ନେଇ ଘଟଣା ସ୍ଥଳରେ ପହଁଚି ଥିଲେ, ମୃତ୍ୟୁ ବ୍ୟକ୍ତି ର ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଡାକି ନୀଳଗିରି ମେଡିକାଲ କୁ ପଠାଇ ଥିଲେ ।।
Debasish Dash's Report
BlackCatNews, Balasore