×
Login

16 ନଂ ଜାତୀୟ ରାଜପଥ ସଡକ ଦୁର୍ଘଟଣାରେ ଦାଦା ଝିଅ ବଡବାପା ପୁଅ ମୃତ।.

50 Views 0 Comments | - By Black Cat News - 7 June, 2022

mediafile1654554896.jpg

 ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ 16 ନଂ ଜାତୀୟ ରାଜପଥ ବାରବାଟୀ ଗଣେଶ ବଜାର ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦାଦା ଝିଅ ବଡବାପା ପୁଅ ମୃତ।ମୃତ ଦୁଇଜଣ ନିକଟସ୍ଥ ପ୍ରଥମାଖଣ୍ଡି ପଞ୍ଚାୟତ,ଦାମୋଦର ପୁର ଗ୍ରାମର ଆଶିଷ ଲେଙ୍କାଙ୍କ ଝିଅ ଶୁଭ୍ରା ସମ୍ଭାବନା ଲେଙ୍କା ଓ ପୁତୁରା ଛଦ୍ମନାମ(ବାବୁନା )ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।ତେବେ ଶୁଭ୍ରା ସମ୍ଭାବନା ଲେଙ୍କା ଧର୍ମଶାଳା ଆଦର୍ଶ ବିଦ୍ୟାଳୟର ଛାତ୍ରି ଅଟନ୍ତି।ଏକ ସ୍କୁଟି ଯୋଗେ ବଡବାପା ପୁଅ ଭାଇ ସହିତ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ଦୁହିଁଙ୍କୁ ପଛପଟୁ ଧକ୍କା ଦେଇଥିଲା ଫଳରେ ସ୍କୁଟି ପଛରେ ବସିଥିବା ଭଉଣୀ ଛିଟିକି ପଡିବା ଦ୍ବାରା ତାଙ୍କ ମୁଣ୍ଡ ଉପରେ ଗାଡିଟି ଚଢିଯାଇଥିଲା ତୁରନ୍ତ ସେଠାରୁ ଗାଡିଟି ଫେରାର ହୋଇଯାଇଥିଲା।ଘଟଣା ସ୍ଥଳରେ ଶୁଭ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ବଡବାପା ପୁଅ ଭାଇ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ପ୍ରଥମେ ଧର୍ମଶାଳା ମେଡିକାଲକୁ ପଠାଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ପରେ ଦୁହିଁଙ୍କ ଶବ ବ୍ଯବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

SATYABRATA SWAIN's Report
BlackCatNews, Jajpur


Also Read

×