×
Login

ରକ୍ତରେ ଅକ୍ସିଜେନ ସ୍ତରକୁ ଠିକ ରଖିବା ପାଇଁ କେଉଁସବୁ ଖାଦ୍ୟ ଗ୍ରହଣ କରିବା ?.

669 Views 0 Comments | - By Black Cat News - 22 May, 2021

mediafile1621697071.jpeg

କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ଅକ୍ସିଜେନ ର କମି ଦେଖିବାକୁ ମିଳୁଛି । ବର୍ତମାନ ଗବେଷକ ମାନେ ଏଭଳି ଗବେଷଣା ଆରମ୍ଭ କରିଛନ୍ତି ଯାହାଦ୍ୱାରା ଖାଦ୍ୟ ମାଧ୍ୟମରେ ରକ୍ତରେ ଅକ୍ସିଜେନ ସ୍ତର ଠିକ ରଖାଯାଇ ପାରିବ ।ବିଶେଷଜ୍ଞ ମାନଙ୍କ ଅନୁସାରେ ଏହି ପରିସ୍ଥିତି ରେ ଅକ୍ସିଜେନ ଯୁକ୍ତ ଖାଦ୍ୟ ଖାଇବା ହେଉଛି ଗୋଟିଏ ବିକଳ୍ପ ।

ଯଦି ଆପଣ ନିଜ ରକ୍ତରେ ଅକ୍ସିଜେନ ସ୍ତର ବଢାଇବା ପାଇଁ କିଛି ଖାଦ୍ୟ ରେ ଆପଣ ୮୦ ପ୍ରତିଶତ ଅଲ୍କାଲାଇନ୍ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଇବା ଆବଶ୍ୟକ। ଏହା ଆପଣଙ୍କ ରକ୍ତରେ ଅକ୍ସିଜେନ ସ୍ତରକୁ ବଢ଼ାଇଥାଏ । ଗବେଷକ ମାନଙ୍କ ମତରେ ଏହିସବୁ ଖାଦ୍ୟରୁ ଅକ୍ସିଜେନ ପାଇବା କାରଣରୁ ଆପଣ ଆଗ ଅପେକ୍ଷା ଅଧିକ ସତେଜ ଅନୁଭବ କରିବେ।

-ଅଲ୍କଲାଇନ୍ ଯୁକ୍ତ ଖାଦ୍ୟ ରକ୍ତରେ ଅକ୍ସିଜେନ ସ୍ତରକୁ ବଢ଼ାଇଥାଏ । ଲେକଟିକ ଏସିଡ ର ନିର୍ମାଣ ହେବାକୁ ଅଟକାଇ ଥାଏ ।ଶରୀରରେ ପିଏଚ ସ୍ତରକୁ ସାମାନ୍ୟ ରଖିଥାଏ ।

-ନାସପାତି ,ସପୁରି ଓ କିସମିସ – ଏହିସବୁ ଖାଦ୍ୟକୁ ଖାଇବା ଦ୍ୱାରା ଅକ୍ସିଜେନ ସ୍ତର ବୃଦ୍ଧି ପାଇଥାଏ । ଏହି ସମସ୍ତ ଖାଦ୍ୟର ପିଏଚ ସ୍ତର ୮.୫ ଅଟେ । ଏହା ସହିତ ଭିଟାମିନ ଏ ,ବି ଓ ସି ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମିଳିଥାଏ। ତା ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।

-ଲେମ୍ବୁ :- ଲେମ୍ବୁ ଅକ୍ସିଜେନ ଯୁକ୍ତ ଭୋଜନ ମାନଙ୍କ ମଧ୍ୟରୁ ଗୋଟିଏ । ଖାସ କରି ଏହା ଅମ୍ଳଯୁକ୍ତ ହୋଇଥାଏ । କିନ୍ତୁ ଏହା ଶରୀରକୁ ଯିବା ମାତ୍ରକେ ଅଲ୍କାଲାଇନ୍ ରେ ପରିଣତ ହୋଇଯାଏ । କାଶ ,ଥଣ୍ଡା ,ସର୍ଦି ,ଛାତି ଜ୍ବଳନ ସମସ୍ୟା ପାଇଁ ଏହାକୁ ସେବନ କରିବା ଦ୍ୱାରା ଆରାମ ମିଳିଥାଏ । ଲିଭର ପାଇଁ ମଧ୍ୟ ଗୋଟିଏ ଭଲ ଟନିକ ଅଟେ।

-ତରଭୁଜ :- ଆମେ ମାନେ ସମସ୍ତେ ତରଭୁଜ ଖାଇଥିଲେ ମଧ୍ୟ ଜାଣି ନଥାଉ ଯେ ଏଥିରେ ଅକ୍ସିଜେନ ସ୍ତର ଠିକ ହୋଇଥାଏ ବୋଲି। ଏହି ଫଳ ୯ ପିଏଚ ଯୁକ୍ତ ସବୁଠୁ ଅଧିକ ଅଲ୍କାଲାଇନ୍ ଯୁକ୍ତ ଫଳ ଅଟେ। ଏଥିରେ ଥିବା ଫାଇବର ଓ ପାଣି ଅଂଶ ହାଲୁକା ମୂତ୍ର ବର୍ଧକ ଭାବରେ କାମ କରିଥାଏ।  ଏଥିରେ ବିଟା କେରୋଟିନ ଓ ଭିଟାମିନ ସି ରହିଥିବା କାରଣରୁ ହିତକର । ଏହା କୋଲନ କୁ ସଫା ରଖିଥାଏ ।

-ଅମୃତ ଭଣ୍ଡା ଓ ଆମ୍ବ :- ଅମୃତଭଣ୍ଡା ଓ ଆମ୍ବର ପିଏଚ ଭାଲ୍ୟୁ ୮ .୫ ଅଟେ । ଏହି ଦୁଇଟି ଫଳ କିଡ୍ନୀ କୁ ସଫା ରଖି ଥାଆନ୍ତି । ଅମୃତଭଣ୍ଡା ଅନ୍ତ କୁ ସଫା ରଖିଥାଏ ଓ ମଳ ତ୍ୟାଗକୁ ନିୟନ୍ତ୍ରିତ ରଖିଥାଏ । ରକ୍ତରେ ଅକ୍ସିଜେନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

BIBHUPRASAD MOHANTY's Report
BlackCatNews, Kendrapara


Also Read

×