ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ଓ କେଶ ପାଇଁ ହିତକର କଳା ଅଙ୍ଗୁର ସମ୍ବନ୍ଧରେ l.
316 Views 0 Comments | - By Black Cat News - 31 March, 2021

ଫଳମୂଳ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଅଙ୍ଗୁର ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କଳା ଅଙ୍ଗୁର ଖାଇବାକୁ ବହୁତ ପସନ୍ଦ କରନ୍ତି। କଳା ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଯେକୌଣସି ଜିନିଷ ଅଧିକ ହେଲେ ହାନିକାରକ ହୋଇଥାଏ। ଠିକ ସେହିଭଳି ଅଧିକ ଅଙ୍ଗୁର ଖାଇବା ମଧ୍ୟ ହାନିକାରକ ହୋଇଥାଏ। ଅଧିକ ଅଙ୍ଗୁର ଖାଇବା ଦ୍ୱାରା ସଲିସିକ୍ଲିକ ଏସିଡ ପାଚନ ସମସ୍ୟା ସୃଷ୍ଟି କରିପାରେ। ଦିନକରେ ବହୁତ ଅଙ୍ଗୁର ଭାଇବା ଦ୍ୱାରା ଝାଡା ମଧ୍ୟ ହୋଇଥାଏ। ସମୟ ସହ ଏହା ଓଜନ ମଧ୍ୟ ବୃଦ୍ଧି କରିଥାଏ। ଅଧିକ ଅଙ୍ଗୁର ଖାଇବାର ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି।
(1) କଳା ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଏହାଦ୍ୱାରା କଣ କଣ ଫାଇଦା ହୋଇଥାଏ ପଢନ୍ତୁ । (2) କଳା ଅଙ୍ଗୁର ଖାଇବା ଦ୍ୱାରା ରକ୍ତରେ ଇନସୁଲିନ ମାତ୍ରା ବଢିଥାଏ। (3) ଅଙ୍ଗୁରରେ ରେସୱାର୍ଟଲ ନାମକ ଏକ ପଦାର୍ଥ ଅଛି ଯାହା ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ। (4) କଳା ଅଙ୍ଗୁରରେ ସାଇଟୋକେମିକାଲ ରହିଛି ଯାହା ହୃଦ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଏବଂ ଏହା କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିଥାଏ। (5) କେଶ ସମ୍ବନ୍ଧୀୟ ସମସ୍ୟା ପାଇଁ କଳା ଅଙ୍ଗୁର ବହୁତ ଲାଭଦାୟକ। କଳା ଅଙ୍ଗୁର ଭିଟାମିନ-ଇ ଅଛି ଯାହା ପାଇଁ କେଶ ପାଇଁ ବହୁତ ଲାଭଦାୟକ। (6) କଳା ଅଙ୍ଗୁର ଖାଇବା ଦ୍ୱାରା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ।
SWADHIN MOHAN MOHAPATRA's Report
BlackCatNews, Cuttack