ଆୟୁଷ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଝିଅ ନନ୍ଦିନୀ ବିଶ୍ବାସ।.
88 Views 0 Comments | - By Black Cat News - 10 October, 2022

ଆୟୁଷ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଝିଅ ନନ୍ଦିନୀ ବିଶ୍ବାସ। ଏହି ଅବସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆୟୁଷ ମେଡିକାଲ ଅଫିସ କର୍ମଶାଳାରେ ସେ ନିଜର ଵ୍ୟକ୍ତବ୍ୟ ରଖିଛନ୍ତି ।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଓପ୍ରବଣ ଦୁର୍ଗମ ଗମ୍ଫାକୋଣ୍ଡା ପଞ୍ଚାୟତ ସ୍ଥିତ ଏମପିଭି୨୬ ଗ୍ରାମରେ ରୁହନ୍ତି ନନ୍ଦିନୀ ବିଶ୍ୱାସ । ସେ ଆୟୁଷ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଶୁକ୍ରବାର ଭୁବନେଶ୍ଵର ଠାରେ ଆୟୋଜିତ ମେଡିକାଲ ଅଫିସର କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆୟୁଷ ଡାକ୍ତର ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ କର୍ମଶାଳାରେ ଦୁର୍ଗମ ଅପହଞ୍ଚ ଇଲାକା ରେ କିପରି ଗରିବ ଲୋକଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିବ ସେ ନେଇ ଵ୍ୟକ୍ତବ୍ୟ ରଖିଛନ୍ତି।
Sumanta Ray's Report
BlackCatNews, Malkangiri