ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।.
216 Views 0 Comments | - By Black Cat News - 1 June, 2023

କିର୍ମିରା ବ୍ଲକ ଅନ୍ତର୍ଗତ କଙ୍କରାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ନରେନ୍ଦ୍ର ପଟେଲଙ୍କୁ ବିଦ୍ୟାଳୟ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।
ଏବିଇଓ କରୁଣା ସାଗର ପଟେଲଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ବିଦେଶୀ ବେହେରା ମୁଖ୍ୟ ଅତିଥି ସହିତ ସମ୍ମାନୀୟ ଅତିଥି ଭାଵେ ଘନଶ୍ୟାମ ଚାନ୍ଦ ଯୋଗଦେଇଥିବା ବେଳେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶଶିକାନ୍ତ ନାୟକ , ସଂପାଦକ ନିତ୍ୟାନନ୍ଦ ଜଗତ ଯୋଗଦେଇଥିଲେ ।
ଏହା ସହିତ ଝାରସୁଗୁଡା ଜିଲ୍ଲା ଶିକ୍ଷକ ସଂଘ ସଭାପତି ପ୍ରମୋଦ କୁମାର ନାଏକ , ସୁନୀଲ କୁମାର ପଟେଲ , ବୈକୁଣ୍ଠ ନାୟକ , ମାନସୀ ନାୟକ , ବିଳାସିନି ଦଣ୍ଡପାଟ , ସୁରେଶ୍ୱରୀ ପଟେଲ ଙ୍କ ସମେତ ଅର୍ଡା କ୍ଳଷ୍ଟର ସିଆରସିସି କ୍ଷୀରୋଦ ପୋଢ ସହ ବ୍ଳକର ସମସ୍ତ ସିଆରସିସି , ଅର୍ଡା ଶିକ୍ଷା ବିକାଶ ସଂଘ ସଭାପତି ମନ୍ମୟ କିଶୋର ବଖରା , ସମ୍ପାଦକ ଅରୁଣ କୁମାର ପ୍ରଧାନ ସହିତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
DILESWAR BAG's Report
BlackCatNews, Jharsuguda