ବାରବାଟୀ ପଂଚାୟ ତଵେତଣ୍ଡା ଗ୍ରାମ ର ସାଧୁ କାଣ୍ଡି ଙ୍କୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ .
133 Views 0 Comments | - By Black Cat News - 23 August, 2022

ଆଜି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସଦସ୍ୟମାନେ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ପରାମର୍ଶ କ୍ରମେ ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତ ବେତଣ୍ଡା ଗ୍ରାମର ସାଧୁ କାଣ୍ଡି ଙ୍କ ପରିବାର କୁ ସହାୟତା ପ୍ରଦାନ । ସ୍ବାମୀ,ସ୍ତ୍ରୀ ଓ ତିନି ପୁଅ,ସେଥିମଧ୍ୟରୁ ଦୁଇଟି ପୁଅ ଶାରୀରିକ ଅକ୍ଷମ,ତୃତୀୟ ପୁଅ ରୋଜଗାରକ୍ଷମ ନୁହେଁ।ସାଧୁ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି,ଗତ କିଛି ଦିନ ହେବ ମୂଲ ଲାଗିବା ସମୟରେ ତାଙ୍କ ହାତଟି କଟିଯାଇ କ୍ଷତ ସୃଷ୍ଟି ହେବାପରେ ସେ ମୂଲକୁ ଯାଇ ପାରିନଥିଲେ।ଏପଟେ ମାସିକ ବାର୍ଦ୍ଧକ୍ୟ ଭତ୍ତାରେ ପରିବାର ପ୍ରତିପୋଷଣ କରିବାକୁ ଯାଇ କ୍ଷତଟିକୁ ଚିକିତ୍ସା କରିବା ବହୁତ ଅସୁବିଧା ହେଉଥିବା ବେଳେ ଏହି ଖବର ପାଇ ଟ୍ରଷ୍ଟ ର ସଦସ୍ୟ ମାନେ ସେ ଚିକିତ୍ସା ହେଉଥିବା ଡାକ୍ତରଖାନା ରେ ପହଁଚି ତାଙ୍କୁ କିଛି ଆର୍ଥିକ ସହାୟତା କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ ।
SATYABRATA SWAIN's Report
BlackCatNews, Jajpur