×
Login

ସମଗ୍ର ଦେଶରେ କରୋନା ମହାମରୀ ନେଇ ରୋଗଗ୍ରସ୍ତ ସମାଜ,ଜୀବନ ସତରେ ମୂଲ୍ୟ ହୀନ।.

538 Views 0 Comments | - By Black Cat News - 1 June, 2021

mediafile1622483617.png

୩୧/୫;ବର୍ତ୍ତମାନ ସମଗ୍ର ଦେଶରେ କରୋନା ମହାମରୀ ନେଇ ରୋଗଗ୍ରସ୍ତ ସମାଜ,ଜୀବନ ସତରେ ମୂଲ୍ୟ ହୀନ,ସମ୍ପର୍କ ଡୋରି ଦୁର୍ବଳତାର ବସ୍ଵତ୍ତ୍ୱ। ଏହି ଘଡିସନ୍ଧି ମୁହୂର୍ତ୍ତରେ ଉନ୍ମୋଚିତ ହୋଇଅଛି ସମ୍ବଲପୁରୀ କ୍ଷୁଦ୍ର ଚଲଚ୍ଚିତ୍ର ମାସ୍କ -୨। ନୂଆପଡା ଜିଲ୍ଲାପାଳ ସ୍ବାଧାଦେଵ ସିଂଙ୍କ ଦ୍ଵାରା ଉନ୍ମୋଭିତ ଏହି ସଚେତନ ଧର୍ମୀ ଚଳଚ୍ଚିତ୍ର ବହୁ ଦର୍ଶକଙ୍କ ହୃଦୟକୁ ଛୁଇପାରିବ ବୋଲି ମତପ୍ରକାଶ ପାଇଅଛି। ଏହି ଚଳଚ୍ଚିତ୍ର ନିର୍ଦ୍ଧେଶକ ଡ଼ଃ.ଶ୍ଵେତ କୁମାର ଦାଶ ଏହି ବିଷୟ ବସ୍ତୁ ନାଗରିକଙ୍କୁ ମାସ୍କ ବ୍ୟବହାର ନେଇ ଏକ ଜାଗରଣ ସୃଷ୍ଟି କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି  ଚଳଚ୍ଚିତ୍ରଟି ପଶ୍ଚିମ ଓଡିଶାର ଲୋକଭାଷା ଏବଂ ଲୋକକଥାକୁ ନେଇ ନିର୍ମିତ ହୋଇଥିବାରୁ ଲୋକଙ୍କ ପାଖକୁ ପହଁଞ୍ଚି ପାରିବ। 

 ଚଳଚ୍ଚିତ୍ରରେ ରାହୁଲ ଭୂମିକାରେ ଅରବିନ୍ଦ ଦାସ,ମାଁ ଭୂମିକାରେ ଅପରଲୀଳା ଭିତରିଆ,ବାପା ଭୂମିକାରେ ଜିତୁ ପଟ୍ଟନାୟକ,ଅନ୍ୟନ ଭୂମିକାରେ ଦେବେନ୍ଦ୍ର ରାଉତ,ମଦନ ସୁନ୍ଦର ସାହୁ  ଏବଂ ଜୋଷ୍ଣ ଆଦି କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଉନ୍ମୋଚନ ସଭାରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ଦେବେନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Chandan Kumar Sahu's Report
BlackCatNews, Nuapada


Also Read

×