×
Login

କରୋନାରେ ଚାଲିଗଲା ବଲିଉଡ କଣ୍ଠଶିଳ୍ପୀ ଅରଜିତ ସିଂଙ୍କ ମା’ଙ୍କ ଜୀବନ । ଦୀର୍ଘଦିନ ହେବ କରୋନାରେ ହୋଇଥିଲେ ସଂକ୍ରମିତ ।.

719 Views 0 Comments | - By Black Cat News - 20 May, 2021

mediafile1621518231.jpeg

କରୋନା ନେଇଗଲା ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଅରଜିତ୍ ସିଂଙ୍କ ମା’ଙ୍କ ଜୀବନ ।ଦୀର୍ଘଦିନ ହେବ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କ ମା’ । କରୋନାରେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା ଆଉ ଆଜି ପ୍ରାୟ ୧୧ଟା ବେଳକୁ ତାଙ୍କ ମା’ଙ୍କର ଦେହାନ୍ତ

-ଏହାପୂର୍ବରୁ ଅରଜିତଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ ଅଭିନେତ୍ରୀ ସ୍ୱାସ୍ତିକା ମୁଖାର୍ଜୀ । ଏ ନେଗେଟିଭ ରକ୍ତ ଆବଶ୍ୟକ ବୋଲି ସୋସିଆଲ ମିଡ଼ିଆରେ ସାହାଯ୍ୟ ମାଗିଥିଲେ । ଏପରିକି ଫିଲ୍ମ ନିର୍ଦ୍ଦେଶକ ଶ୍ରୀଜିତ ମୁଖାର୍ଜୀ ମଧ୍ୟ ଅରଜିତଙ୍କ ମାଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । ତେବେ ସମସ୍ତ ପ୍ରକାର ଉଦ୍ୟମ ସତ୍ତେ୍ୱ ମଧ୍ୟ ଆଖି ବୁଜି ଦେଇଛନ୍ତି ଅରଜିତଙ୍କ ମା’ ।

-ଅରଜିତ ବଲିଉଡର ଜଣାଶୁଣା ସିଙ୍ଗର । ୨୦୦୫ରେ ସଙ୍ଗୀତରେ କ୍ୟାରିୟର ଆରମ୍ଭ କରିଥିବା ଅରଜିତ ଏହା ଭିତରେ ଅନେକ ହିଟ୍ ଗୀତ ଗାଇଛନ୍ତି । ସଙ୍ଗୀତରେ କ୍ୟାରିୟର ପାଇଁ ଅରଜିତ ଅନେକ ସଂଘର୍ଷ କରିଥିବା ବେଳେ ଗତ କିଛି ବର୍ଷ ହେବ ଲୋକପ୍ରିୟ ହୋଇପାରିଥିଲେ । ଜାତୀୟ ପୁରସ୍କାରପ୍ରାପ୍ତ ବିଜେତା ଅରଜିତ ରୋମାଣ୍ଟିକ ଗୀତ ଗାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Sangrami Mohapatra's Report
BlackCatNews, Cuttack


Also Read

×