×
Login

ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର କମେଡିଏନ୍‌ ମିଷ୍ଟର୍‌ ଡୋଲୁଙ୍କ ପରଲୋକ । .

322 Views 0 Comments | - By Black Cat News - 31 May, 2021

mediafile1622434442.jpg

ସମ୍ବଲପୁର : ଉଦୀୟମାନ କଳାକାର ତଥା ସମ୍ବଲପୁରୀ ଭାଷାର ଜଣାଶୁଣା କମେଡିଏନ୍‌ ମିଷ୍ଟର୍‌ ଡୋଲୁ (୩୦)ଙ୍କର ‌ରବିବାର ରାତିରେ ବିଦ୍ୟୁତ୍‌ ଆଘାତରେ ପରଲୋକ ହୋଇଯାଇଛି। କୋଲାବିରା ନିକଟ ସମାସିଂହାର ଡୋଲୁ ସଂଧ୍ୟା ୪ଟା ୩୦ରେ କୁଲର୍‌ରେ ପାଣି ଭରୁଥିଲେ। ସେ ଖାଲି ପାଦରେ ଥିବାବେଳେ କୁଲର୍‌ରୁ ବିଦ୍ୟୁତ୍‌ ଆଘାତ ଲାଗି ଗୁରୁତର ହୋଇଥିଲେ। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ରାତି ୧୦ଟା ୩୦ରେ ତାଙ୍କ ପରଲୋକ ହୋଇଥିଲା। ପ୍ରଶଂସକ ମହଲରେ ମିଷ୍ଟର୍‌ ଡୋଲୁ ଭାବେ ପରିଚିତ ଏହି ଯୁବ କଳାକାର ୨୦୧୪-୧୫ରେ ପାଣିନି ପ୍ରାଜ୍ଞ ପ୍ରଡକ୍‌ସନରେ ‘ଭିକାରି’ ନାମକ କମେଡି ସୋ’ କରି କ୍ୟାରିୟର୍‌ ଆଗକୁ ବଢ଼ାଇଥିଲେ। ସେ ଅନେକ ଦିନ କେଦାର ପଟେଲଙ୍କ ଗ୍ରୁପ୍‌ରେ ରହି ଅନେକ ହାସ୍ୟ ଅଭିନୟ କରିଥିଲେ। ପରେ ମିଷ୍ଟର୍‌ ଡୋଲୁ କମେଡି ନାମରେ ନିଜର ୟୁଟ୍ୟୁବ୍ ଚାନେଲ୍ ଖୋଲି ୩ ଲକ୍ଷରୁ ଅଧିକ ପ୍ରଶଂସକ ଜୁଟାଇଥିଲେ। ସେ ଦକ୍ଷିଣ ଭାରତୀୟ ଆନ୍ନା ଚରିତ୍ରରେ ନିଖୁଣ ଭାବେ ଅଭିନୟ କରୁଥିଲେ। ତାଙ୍କ ଅକାଳ ବିୟୋଗରେ ପ୍ରଶଂସକ ମହଲରେ ଶୋକର ଛାୟା ଖେଳି ଯାଇଛି I

Swayamjeet Pattnaik's Report
BlackCatNews, Sambalpur


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×