"ଶଲାବୁଢା ଵଦଲା" ର ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି।.
743 Views 0 Comments | - By Black Cat News - 5 June, 2021

ସମ୍ବଲପୁର/ବିନିକା: ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି। ଆଜି ଭୋର ୩ଟା ୪୫ ମିନିଟ୍ ସମୟରେ ବୁର୍ଲା ଡ଼ାକ୍ତରଖାନାରେ ସେ ଇହଲୀଲା ସମ୍ବରଣ କରିଛନ୍ତି। ଧର୍ମପତ୍ନୀଙ୍କୁ ହରାଇଥିବା ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା ମଧୁମେହ ଜନିତ ରୋଗରେ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଓଡ଼ିଆ ସିନେମା ଜଗତର ବିଶିଷ୍ଟ କଳାକାର ଅଟଳ ହାତ ଧରାଧରି ହୋଇ ଚାଲିଗଲେ ନିଜ ଧର୍ମପତ୍ନୀଙ୍କ ସହ । ଆଉଥରେ ‘ଶଲାବୁଢ଼ା’ ଦେଖିବାର ସ୍ବପ୍ନ, ସ୍ବପ୍ନ ହୋଇ ରହିଗଲା। ସେ ୨୦୧୩ ମସିହାରେ ୮୩ ବର୍ଷ ବୟସରେ ଅଭିନେତା ଭାବରେ ସମ୍ବଲପୁରୀ ଚଳଚ୍ଚିତ୍ର “ଶଲା ବୁଢା” ରେ ଡେବ୍ୟୁ କରିବା ସମୟରେ ସେ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସାବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପରବର୍ତ୍ତୀ ଦୁଇଟି ସମ୍ବଲପୁରୀ ଚଳଚ୍ଚିତ୍ର ଆଦିମ ବିଚାର ଏବଂ ଶଲା ବୁଢାର ବଦଲାରେ ଅଟଳ ବିହାରୀ ପଣ୍ଡା ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ସେ ଜଣେ ଗୀତିକାର ଭାବେ ସେ ଅନେକ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଲେଖିଛନ୍ତି। ଲୋକପ୍ରିୟ ଗାୟକ ଫକୀର ପଟ୍ଟନାୟକଙ୍କ ଗାଇଥିବା ଅଧିକାଂଶ ଜନପ୍ରିୟ ଗୀତର ସେ ଗୀତିକାର। ଶ୍ରେଷ୍ଠ ଅଭିନେତା ଭାବରେ ତାଙ୍କୁ ଓଡ଼ିଶା ସରକାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୯ରେ ଅଟଳ ବିହାରୀ ପଣ୍ଡାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମାନଜନକ ଡି ଲିଟ ପ୍ରଦାନ କରିଥିଲେ।
Swayamjeet Pattnaik's Report
BlackCatNews, Sambalpur