×
Login

୨୦୨୧‘ମିସେସ୍ ଫେମିନା ପରସନାଲିଟି’ ବିଜେତା ହେଲେ ଓଡ଼ିଆ ଝିଅ ଇପ୍ସିତା ପ୍ରିୟଦର୍ଶନୀ l.

342 Views 0 Comments | - By Black Cat News - 4 April, 2021

mediafile1617526096.jpeg

ଭଦ୍ରକ,୨।୪ ;   ଓଡିଆ ଝିଅ ଇପ୍ସିତା ପ୍ରିୟଦର୍ଶନୀ ‘ମିସେସ୍ ଫେମିନା ପର୍ସନାଲିଟି’ ୨୦୨୧ ଟାଇଟେଲ ବିଜେତା ହେବାର ସମ୍ମାନ ଅର୍ଜ୍ଜନ କରିଛନ୍ତି । ପ୍ରତିଯୋଗୀତାରେ ଶୀର୍ଷ ଚାରି ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଫାଇନାଲ ରାଉଣ୍ଡରେ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଭଣ୍ଡାରିପୋଖରୀ ବିଡିଓ ବିଜୟ କୁମାର ସାହୁଙ୍କ କନ୍ୟା ଇପ୍ସିତା ପେଷାରେ ସଫ୍ଟଓୟାର ଇଂଜିନିଅର ଅଟନ୍ତି । ମାତ୍ର ପିଲାବେଳୁ କଳା ଓ ମଡେଲିଂ ପ୍ରତି ଥିବା ଅହେତୁକ ଋଚି ଓ କଠିନ ସାଧନା ଯୋଗୁଁ ଇପ୍ସିତା ଏହି ସର୍ବଭାରତୀୟ ପ୍ରତିଯୋଗୀତାରେ ସଫଳତାର ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ‘ଫେସନ’, ‘ବିଉଟି’, ‘ଖାଦ୍ୟ’ ଓ ‘ସୋ-କେସ’ ଆଦି ରାଉଣ୍ଡ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାପରେ ଇପ୍ସିତା ଚତୁର୍ଥ ପର୍ଯ୍ୟାୟକୁ ଅପେକ୍ଷା କରିଛନ୍ତି । ଓଡିଆ ଝିଅ ଇପ୍ସିତା ଏହି ସମସ୍ତ କଠିନ ପର୍ଯ୍ୟାୟକୁ ଅତିକ୍ରମ କରିଯାଇ ଫାଇନାଲ ବିଜେତା ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଓଡିଶାବାସୀଙ୍କ ଆଶୀର୍ବାଦ ତାଙ୍କୁ ଏହି ସୋପାନରେ ପହଞ୍ଚାଇଛି ବୋଲି ଇପ୍ସିତା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏଥିପୂର୍ବରୁ ଇପ୍ସିତା ୨୦୧୩ ମସିହାରେ ଅନୁଷ୍ଠିତ ‘ମିସ୍ ଭାଇଜାଗ’ ପ୍ରତିଯୋଗୀତାରେ ‘ମିସ୍ ପପୁଲାରିଟି’ ଆୱାର୍ଡ; ଜି ଟିଭି ଦ୍ୱାରା ୨୦୧୫ରେ ଆୟୋଜିତ ‘ମିସ୍ ଏଥନିକ’ରେ ପଞ୍ଚମ ସ୍ଥାନ ଓ ‘ମିସ୍ ଏଥନିକ ଓଡିଶା-ଇଣ୍ଡିଆ’ ଆୱାର୍ଡ ଏବଂ ‘ମିସେସ୍ ସୁପର ମଡେଲ ଇଣ୍ଡିଆ’ ପ୍ରତିଯୋଗୀତାରେ ରନରସପ ହାସଲ କରିପାରିଥିଲେ । ମଡେଲିଂ ବ୍ୟତୀତ ଇପ୍ସିତା ‘ତୋ ଏକ ଆୱାଜ’ ମରାଠି ସିନେମାର ଲିଡ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ।

Punil Kumar Samanta's Report
BlackCatNews, Bhadrak


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×