କଟକ: ହେରା ପଞ୍ଚମୀ ରେ ଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ ରଥ ,ବାଲିଝରୀ ।.
203 Views 0 Comments | - By Black Cat News - 6 July, 2022

ବାଲିଝରୀ - କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିଝରୀ ଗ୍ରାମରେ ଆଜି ହେରା ପଞ୍ଚମୀ ରେ ଲକ୍ଷ୍ମୀ ଭାଙ୍ଗିଛନ୍ତି ନନ୍ଦିଘୋଷ ରଥ କୁ । ନଅ ଦିନ ପାଇଁ ମାଉସୀ ମାଆ ମନ୍ଦିର କୁ ରତ୍ନ ସିଂହାସନ ଛାଡ଼ି ଆସିଥିବା ଜଗନ୍ନାଥ ସାଥିରେ ନିଜ ଭାଇ ,ଭଉଣୀ ଙ୍କୁ ଆଣିଥିବା ବେଳେ ସାଥିରେ କାହିଁକି ପତ୍ନୀ ଲକ୍ଷ୍ମୀ ଙ୍କୁ ଆଣି ନଥିବା କାରଣ ରୁ ଆଜି ରାଗି ନିଜେ ଲକ୍ଷ୍ମୀ ଆସି ମାଉସୀ ମାଆ ସମ୍ମୁଖ ରେ ଥିବା ନନ୍ଦିଘୋଷ କୁ ଭାଙ୍ଗି ଥିଲେ । ଏହି ପରମ୍ପରା ପୁରୀ ଶ୍ରୀକ୍ଷେତ୍ର ରେ ଚାଲୁଥିବା ବେଳେ ଏହା ବାଲିଝରୀ ରେ ମଧ୍ୟ ଦେଖିବାକୁ ମିଳେ । ଏଥିରେ ସମସ୍ତ ଗ୍ରାମବାସୀ , ଘଣ୍ଟୁଆ ଏବଂ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହାର ଦର୍ଶନ କରିଥିଲେ ।
Litun Baral's Report
BlackCatNews, Cuttack