ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ, ୬ ଗିରଫ।.
52 Views 0 Comments | - By Black Cat News - 11 June, 2022

* ବଡ଼ମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ ଓ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ, ଫରେଷ୍ଟର ମନୋଜ ଦାସ ଓ ଖୁଣ୍ଟୁଣି ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁର ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍(ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ) ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ମନୋଜ ଗିରଫ ଭୟରେ ଚମ୍ପଟ୍ ମାରିଥିଲା ବେଳେ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ହାତୀ ଜଗୁଆଳି, ଜଣେ ଫରେଷ୍ଟ ଗାର୍ଡ, ୨ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଏନେଇ ଆଠଗଡ଼ ଏସିଏଫ୍ ହରେକୃଷ୍ଣ ମଲିକ୍ ସୂଚନା ଦେଇଛନ୍ତି।।
Litun Baral's Report
BlackCatNews, Cuttack