ଏକତରଫା ପ୍ରେମ କୁ କେନ୍ଦ୍ର କରି ନାବାଳିକା ଘରକୁ ବୋମାମାଡ଼ ।.
199 Views 0 Comments | - By Black Cat News - 17 October, 2022

ଏକତରଫା ପ୍ରେମ କୁ କେନ୍ଦ୍ର କରି ନାବାଳିକା ଘରକୁ ବୋମାମାଡ଼ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରଗଡ଼ ଗ୍ରାମରେ ଅଭିଯୋଗ ରୁ ପ୍ରକାଶ ଯେ ଚକ୍ରଗଡ଼ ଗ୍ରାମର ଜଣେ 14 ବର୍ଷୀୟା ନାବାଳିକା ଦଶମ ଶ୍ରେଣୀର ଛାତ୍ରୀ ଙ୍କୁ ସେହି ଚକ୍ରଗଡ଼ ମୁଣ୍ଡିଆସାହିର ଜଣେ ଯୁବକ ଏକ ତାରଫା ପ୍ରେମ କରୁଥିଲେ।
ସମ୍ପୃକ୍ତ ନାବାଳିକା କୁ ବିଭିନ୍ନ ସମୟରେ ପ୍ରେମ ନିବେଦନ କରିବା ସହ ସ୍କୁଲ ଯିବା ବାଟରେ ନାନା ହଇରାଣ କରିଥିଲେ।ଗତ 14 ତାରିଖ ଦିନ ସ୍କୁଲ ଯିବା ବାଟରେ ସମ୍ପୃକ୍ତ ନାବାଳିକା କୁ ବାଟରେ ଅଟକାଇ ପୁଣିଥରେ ପ୍ରେମ ନିବେଦନ କରିବା ସହ ତାଙ୍କୁ ବିବାହ ନକଲେ ଉଠାଇ ନେବା ସହିତ ଘରେ ବୋମାମାଡ଼ କରିବା ପାଇଁ ଧମକ ଦେଇଥିଲେ। ଗତକାଲି ରବିବାର ବିଳମ୍ବିତ ସମ୍ପୃକ୍ତ ଦୁର୍ବୁତ୍ତ ନାବାଳିକା ର ଘରକୁ ବୋମାମାଡ଼ କରିଥିବା ନାବାଳିକାର ମା ସୋମବାର ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Litun Baral's Report
BlackCatNews, Cuttack