×
Login

ରସୁଲପୁର ତିନି ଜଣ ମୋବାଇଲ୍ ଲୁଟେରା କୋର୍ଟ ଚାଲାଣ ।। .

71 Views 0 Comments | - By Black Cat News - 8 August, 2023

mediafile1691458592.jpg

କୁଆଖିଆ ପୋଲିସ ତିନି ଜଣ ମୋବାଇଲ୍ ଲୁଟେରା କୁ ଗିରଫ କରି କୋର୍ଟ ଚାଲାଣ କରିଛି, ସୁଚନା ଅନୁସାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରେ ପାଳପୁର ଗ୍ରାମର ନଟବର ଦାସ ଙ୍କ ଝିଅ ସୌଦାମିନୀ ବୟସ ଷୋହଳ କଲେଜ୍ ରୁ ଘରକୁ ଫେରୁ ଥିବା ସମୟରେ ତାଙ୍କୁ ତିନି ଜଣ ମୋବାଇଲ୍ ଲୁଟେରା ପିଛା କରି ମୋବାଇଲ୍ ସହିତ ଏକ ବ୍ୟାଗ୍ ଟିକୁ ନେଇ ବାଇକ୍ ସାହାଯ୍ୟରେ ଚଂପଟ ମାରିଥିଲେ, ଘଟଣା ସ୍ଥଳରେ ଛାତ୍ରୀ ଜଣକ ପାଟି କରିବାରୁ ସେଠାକାର ସ୍ଥାନୀୟ ଯୁବକ ଉଦୟ ସ୍ୱାଇଁ ଏକ ବୁଲେଟ୍ ସାହାଯ୍ୟରେ ଲୁଟେରା ଙ୍କ ପିଛା କରି ଜଣକୁ କୁଆଖିଆ ବଜାର ନିକଟରେ କାବୁ କରିଥିଲେ ଓ ଅନ୍ୟ ଦୁଇ ଲୁଟେରା ମୂଳାପାଳ ଛକ ରାଜେନ୍ଦ୍ରପୁର ନିକଟ ବ୍ରାହ୍ମଣୀନଦୀ ଦେଇ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ, କୁଆଖିଆ ପୋଲିସ ଓ ରସୁଲପୁର ଅଗ୍ନିଶମ ବାହିନୀ ଦ୍ଵାରା ଧରାପଡ଼ି ଗଲେ, ତିନି ଲୁଟେରା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ତିଳଙ୍ଗା ଗ୍ରାମ ର ବୋଲି ଜଣାପଡିଛି, ସେମାନେ ହେଲେ କିଶୋର ନାୟକ ଙ୍କ ପୁଅ ଅମର, ରାମ ଘଡେ଼ଇ ଙ୍କ ପୁଅ ଓମ୍ ଏବଂ ସୁରେନ୍ଦ୍ର ଦାସ ଙ୍କ ପୁଅ ସୁବ୍ରତ ସେମାନଙ୍କ ଠାରୁ ତିନୋଟି ମୋବାଇଲ୍,ଏକ ବ୍ୟାଗ୍ ଏବଂ କିଛି ଟଙ୍କା ଜବତ କରିବା ସହ କେଶ୍ ନମ୍ବର ୨୬୫/୨୩ ଅଣ୍ଡର ସେକ୍ସନ ୩୯୨/୩୪ ଆଇପିସି ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।।

SATYABRATA SWAIN's Report
BlackCatNews, Jajpur

#

Also Read

×